ଚଳିତ ବର୍ଷ ୬୦ ଲକ୍ଷ କୃଶକ ପରିବାରକୁ ସ୍ୱାସ୍ଥ୍ୟବୀମାଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

imagesସରକାର ରାଜ୍ୟର ସମସ୍ତ କୃଷକ ପରିବାରମାନଙ୍କୁ ସ୍ୱାସ୍ଥ୍ୟବୀମା ଭୁକ୍ତ କରିବାକୁ ଯୋଜନା କରିଛନ୍ତି । ଚଳିତ ବର୍ଷ ଏହି ଯୋଜନାରେ ୬୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବା କୁ ବ୍ୟବସ୍ଥା କରାଯାଉଛି ବୋଲି କୃଷି ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ସଭ୍ୟ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ ଯେ ଯେଉଁ ଆଧାର ବଳରେ କୃଷକ ମାନଙ୍କୁ ଚିହ୍ନଟ କରାଯିବ ସେଗୁଡିକ ହେଉଛି ବ୍ୟକ୍ତିମାନେ ଓଡିଶାରେ ବସବାସ କରୁଥିବେ ଯାହାଙ୍କର ଆମଦାନୀ କୃଷି,ଉଦ୍ୟାନ କୃଷି,ରେଶମ କୃଷି,ଜଙ୍ଗଲଜାତ ଦ୍ରବ୍ୟ,ମାଛ ଚାଷ,ପଶୁପାଳନ,ମାଛଧରା ,କିମ୍ବା ଶ୍ରମ ବର୍ଗୀୟ ପେଶାରୁ ହେଉଥିବେ । ସେହିପରି ବ୍ୟକ୍ତିଜଣକ ଆୟକର ପ୍ରଦାନକାରୀ କିମ୍ବା କରଦାତା ହୋଇନଥିବେ । ଭୂମିହିନ ଶ୍ରମିକଙ୍କୁ ମଧ୍ୟ କୃଷକ ଭାବେ ବିବେଚନା କରାଯିବ ।

Share in top social networks!
Powered By Indic IME