କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୱାନାଙ୍ଗ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ

45622କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୱାନାଙ୍ଗ ବିଶ୍ୱବିଦ୍ୟାଳୟମଧ୍ୟରେ ଆଦିମ ଆଦିବାସୀ ଙ୍କ ଉପରେ ଗବେଷଣାତ୍ମକ ଅଧ୍ୟୟନ ନିମନ୍ତେ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଛି । କୋରାପୁଟ ଲାଣ୍ଡିଗୁଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅସ୍ଥାୟୀ ପ୍ରକୋଷ୍ଠରେ ଆୟୋଜିତ ଏହି ଆକ୍ରଜ୍ୟାକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲର ପ୍ରଫେସର ସୁରଭି ବାନାର୍ଜୀ ଓ ନ୍ୟୁଜଲାଣ୍ଡର ୱାନାଙ୍ଗା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲର ପ୍ରଫେସର ଗ୍ରାହାମ ସ୍ମିଥଙ୍କ ମଧ୍ୟରେ ଏହି କେନ୍ଦ୍ର ଖୋଲିବା ନେଇ ଏକ ଚୁକ୍ତି ପାତ୍ର ସ୍ଵାକ୍ଷରିତ ହୋଇଯାଇଛି । ଏହି ଚୁକ୍ତି ଫଳରେ ଆଦିବାସୀଙ୍କର ସାମାଜିକ,ରାଜନୈତିକ,ଅର୍ଥନୈତିକ ,ସଂସ୍କୃତି ଆଦି ଉପରେ ଉଭୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଗବେଷଣାତ୍ମକ ଅଧ୍ୟୟନ କରିପାରିବେ ବୋଲି ଜଣା ପଡିଛି । ଆଜିର ଏହି ଚୁକ୍ତିପତ୍ର ସ୍ଵାକ୍ଷରିତ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜଲାଣ୍ଡରୁ ଆସିଥିବା ବିଭାଗୀୟ ଆନ୍ତର୍ଜାତିକ ସଂଯୋଜିକା ମିଲେନି ଚାମ୍ପାନ ଓ ଆନ୍ତର୍ଜାତିକ ମେନେଜର ପେରିୟା ସଟ ,କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓଡିଶାର ରେଜିଷ୍ଟ୍ରାର ପ୍ରଫେସର ଏ.କେ ମିଶ୍ର,ଅଧ୍ୟାପକ ଜୟନ୍ତ କୁମାର ନାୟକ,କମିଳ ଖେମୁଣ୍ଡୁ,କାକଲି ବାନାର୍ଜୀ,ବିଶ୍ୱବିଦ୍ୟାଳୟ ର ଲୋକ ସମ୍ପର୍କ ଅଧିକାରୀ ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!