ରାଜ୍ୟର ୨୭୦୮ ଟି ପ୍ରାଥମିକ କୃଷି ସମବାୟ ସମିତିରେ ୨୪୭୬ ଟି ଗୋଦାମ ଗୃହ ରହିଛି –ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

download (2)ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୨୭୦୮ଟି ପ୍ରାଥମିକ କୃଷି ଋଣ ସମବାୟ ସମିତିର ୨୪୭୬ଟି ର ନିଜସ୍ଵ ଗୋଦାମଗୃହ ରହିଛି । ସେଥି ମଧ୍ୟରୁ ୧୪୩୫ଟି ଗୋଦାମ ଗୃହ କାର୍ଯ୍ୟ ଉପଯୋଗୀ ଅବସ୍ଥାରେ ଥିଲାବେଳେ ୧୦୪୧ ଟି ଗୋଦାମ ଗୃହ ଭଗ୍ନ ଅବସ୍ଥାରେ ଅଛି । ଗୋଦାମ ଘର ନ ଥିବା ସମବାୟ ସମିତିଗୁଡିକରେ ବିହନ ,ସାରା,ଓ ଧାନ ରଖିବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ର ଗୋଦାମ ଘର ବ୍ୟବହାର କରାଯାଉଛି ଏବଂ ଆବଶ୍ୟକସ୍ଥଳେ ସମବାୟ ସମିତି ଭଡାଘରେ ଏହି ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ସମବାୟ ସମିତିରେ ଗୋଦାମ ଗୃହ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଗୋଦାମ ଗୃହ ନିର୍ମାଣକୁ ଅନ୍ତର୍ଭୁକ୍ତ କରାଯାଇ ସରକାରଙ୍କର ସଂପୂର୍ଣ୍ଣ ଆର୍ଥିକ ସହାୟତାରେ ୨୯୮ ଟି ଗୋଦାମ ଗୃହ ନିର୍ମାଣ କରାଯାଉଛି ଏବଂ ୫୪୪ ଟି ସମିତିରେ ନାବାର୍ଡର ଆର.ଆଇ.ଡି.ଏଫ୍ ସହାୟତାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ପ୍ରକଳ୍ପ ମଞ୍ଜୁରପ୍ରାପ୍ତ ହୋଇଛି ବୋଲି ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ ସିଂ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!