ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ୧୧୮ଟି ଗୋଦାମ ଗୃହ ଫାଇଲିନ୍ ଦ୍ଵାରା କ୍ଷତିଗ୍ରସ୍ତ,ମରାମତି ପାଇଁ ୮ କୋଟି ୨୦ ଲକ୍ଷ ୬୫ ହଜାର ଟଙ୍କା ଆବଶ୍ୟକ-ସମବାୟ ମନ୍ତ୍ରୀ ଶ୍ରୀ ଆରୁଖ

download (1)ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଥିବା ୨୦୭ଟି ପ୍ରାଥମିକ ସେବା ସମବାୟ ସମିତିର ୧୩୨ଟି ନିଜସ୍ୱ ଗୋଦାମ ଗୃହ ମଧ୍ୟରୁ ଗତ ଫାଇଲିନ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ୧୧୮ଟି ଗୋଦାମଗୃହ କ୍ଷତିଗ୍ରସ୍ତ ହୋଇଛି । ୧୧୮ଟି କ୍ଷତିଗ୍ରସ୍ତ ଗୋଦାମ ଗୃହ କୁ ମରାମତି କରିବା ପାଇଁ ୮କୋଟି ୨୦ଲକ୍ଷ ୬୫ ହଜାର ଟଙ୍କା ଆବଶ୍ୟକ ପଡୁଛି । ସେହିପରି ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ୧୯୨ଟି ପ୍ରାଥମିକ ସେବା ସମବାୟ ସମିତିର ୧୬୯ଟି ର ନିଜସ୍ଵ ଗୋଦାମ ଗୃହ ମଧ୍ୟରୁ ୧୩୯ଟି ଗୋଦାମଗୃହ ଗତ ବାତ୍ୟା ଓ ବନ୍ୟା ରେ ଆଂଶିକ ବା ସଂପୂର୍ଣ୍ଣ ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ ୧୩୯ ଟି ଗୋଦାମ ଗୃହକୁ ମରାମତି କରିବା ପାଇଁ ୭କୋଟି ୪୧ଲକ୍ଷ ୨୩ହଜାର ଟଙ୍କା ଦରକାର ବୋଲି ଆକଳନ କରାଯାଇଅଛି । କ୍ଷତିଗ୍ରସ୍ତ ଗୋଦାମ ଗୃହଗୁଡ଼ିକର ମରାମତି ନିମନ୍ତେ ରାଜ୍ୟ ଯୋଜନାର ସହାୟତା ନିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଶ୍ରୀ ବିକ୍ରମ ସିଂ ଆରୁଖ ପ୍ରକାଶ କରିଛନ୍ତି ।

Share in top social networks!