ଚଳିତ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ୩୨ଟି ସେତୁ ନିର୍ମାଣାଧୀନ

downloadବିଜୁ ସେତୁ ଯୋଜନାରେ ନିର୍ମିତ ହେବାକୁ ଥିବା ୪୦୦ଟି ସେତୁ ବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଆଉ ୨୦୦ଟି ସେତୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଅଛି ଏବଂ ସେଥିପାଇଁ ବଜେଟ୍ ରେ ସମୁଦାୟ ୧୫୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଉକ୍ତ ୨୦୦ଟି ସେତୁ ମଧ୍ୟରୁ ୩୨ଟି ନିର୍ମାଣାଧୀନ ଅଛି ଏବଂ ୧୬୮ ଟି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ବୋଲି ଗ୍ରାମ୍ୟ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ପ୍ରକାଶ କରିଛନ୍ତି । ଗତ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ନିମନ୍ତେ ବଜେଟ୍ ରେ ୧୪୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଅଥିଲା ଓ ୪୦୦ଟି ସେତୁ ମଧ୍ୟରୁ ୬୩ ଟି ସେତୁ ସଂପୂର୍ଣ୍ଣ ହୋଇଛି,୨୬୬ ଟି ନିର୍ମାଣାଧୀନ ଅଛି ଏବଂ ୭୧ ଟି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ।

Share in top social networks!