ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଉରକେଲା NIT ପକ୍ଷରୁ ଦାନ

46060ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାନ କରାଯାଇଅଛି । ରାଉରକେଲାସ୍ଥ NIT ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ୫ହଜାର ସାତଶହ ତେର ଟଙ୍କା ପ୍ରଦାନ କରାଯାଇଅଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେସନ କର୍ମଚାରୀଙ୍କ ପକ୍ଷରୁ ୨ ଲକ୍ଷ ୫ହଜାର ୩୯୬ ଟଙ୍କା ,ଏଜି କର୍ମଚାରୀ ସଂଗଠନ ପକ୍ଷରୁ ୭୬ହଜାର ୫୦୦ ଟଙ୍କା ,ଅନୁଗୁଳ ଜିଲ୍ଲା ଗଡତଳର ସନ୍ଥପଡା କଲେଜର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଏବଂ ଭୁବନେଶ୍ଵର ର ପ୍ରଫୁଲ୍ଲ କୁମାର କର ୨ହଜାର ଟଙ୍କାର ଚେକ୍ ବାତ୍ୟା ବିପନ୍ନଙ୍କ ସହାୟତା ନିମନ୍ତେ ପ୍ରଦାନ କରିଛନ୍ତି । ଉପରୋକ୍ତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ସହାୟତା ନିମନ୍ତେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟା ବିପନ୍ନ ଙ୍କ ପାଇଁ ସେମାନଙ୍କ ସହାୟତା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!