ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟସ୍ତରୀୟ ଖଦୀ ପ୍ରଦର୍ଶନୀ ଉଦଘାଟିତ

1751_khadigramdyoggମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ରାଜ୍ୟସ୍ତରୀୟ ଖଦୀ ପ୍ରଦର୍ଶନୀକୁ ଉଦଘାଟିତ କରିଛନ୍ତି । ରାଜ୍ୟ ଖାଦ୍ୟ ଓ ଗ୍ରାମୀଣ ଶିଳ୍ପ ବୋର୍ଡ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଅଭି ଭାଷଣରେ ଖଦୀର ପ୍ରସାର ପାଇଁ ଖଦୀର ବଜାର ସୃଷ୍ଟି ଓ ନୂଆନୂଆ ପ୍ରଡ଼କ୍ଟ ଡିଜାଇନ୍ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ବ୍ରହ୍ମପୁର,ରାଉରକେଲା,ସମ୍ବଲପୁର,ପୁରୀ ଓ ଅନୁଗୁଳ ଏହି ପାଞ୍ଚଟି ସହରରେ ନୂଆ ବିକ୍ରୟ କେନ୍ଦ୍ର ଖୋଲାଯିବା ସହିତ ସବୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସହରରେ ମଧ୍ୟ ବିକ୍ରୟ କେନ୍ଦ୍ର ଖୋଲାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଠି ସହିତ ଖାଦ୍ୟ ବୋର୍ଡ ପକ୍ଷରୁ ୪୦ ଟି ଖଦି ସୋସାଇଟି ର ପୁନରୁଦ୍ଧାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଖଦୀର କାର୍ଯ୍ୟକ୍ରମକୁ ରାଜ୍ୟରେ ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଭାଗୀୟ ମନ୍ତ୍ରୀ ଡାଃ ଦାମୋଦର ରାଉତ ରାଜ୍ୟରେ ୧୭୧ କୋଟି ଟଙ୍କା ବ୍ୟୟରେ ୨୩ମହଲା ବିଶିଷ୍ଟ ଏକ ଖଦି ଭବନ ନିର୍ମାଣ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଶ୍ରୀ ଭାଗିରଥି ବଡଜେନା,ଶ୍ରୀ ବିଜୟ କୁମାର ମହାନ୍ତି ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସଚିବ ଶ୍ରୀ ପଂଚାନନ ଦାସ, ଖଦୀ ବୋର୍ଡର ଅଧ୍ୟକ୍ଷ ଶ୍ରୀ ନଗେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!