୨୦୧୪ ବର୍ଷ ପାଇଁ ଅଧିସ୍ଵୀକୃତ ଫ୍ରିଲାନ୍ସ ସାମ୍ବାଦିକ ଏବଂ କାର୍ଯ୍ୟରତ ସାମ୍ବାଦିକମାନଙ୍କ କାର୍ଡ ନବୀକରଣ କରିବାକୁ ପ୍ରକ୍ରିୟା ଆରମ୍ଭ

46060ରାଜ୍ୟରେ ଫ୍ରିଲାନ୍ସ ସାମ୍ବାଦିକ କାର୍ଡଏବଂ କାର୍ଯ୍ୟରତ ସାମ୍ବାଦିକମାନଙ୍କ କାର୍ଡ ଆସନ୍ତା ୨୦୧୪ ବର୍ଷ ପାଇଁ ନବୀକରଣ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମର୍ମରେ ଅଧିସ୍ଵୀକୃତ ଫ୍ରିଲାନ୍ସ ସାମ୍ବାଦିକ ଏବଂ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏକ ପାତ୍ର ମାଧ୍ୟମରେ ଦୁଇଟି ଷ୍ଟାମ୍ପ ସାଇଜ୍ ଫୋଟୋ /ପ୍ରକାଶିତ ସମ୍ବାଦ/ପ୍ରବନ୍ଧର ପ୍ରେସ୍ କ୍ଲିପିଂ ଓ ସାମ୍ବାଦିକତା ବୃତ୍ତିରୁ ନିଜର ଆୟ ସମ୍ପର୍କିତ ସବିଶେଷ ବିବରଣୀ ଚଳିତ ମାସ ୧୦ ତାରିଖ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପଠାଇ ବାକୁ ଅନୁରୋଧ କରାଯାଇଅଛି । ସମସ୍ତ ଅଧିସ୍ଵୀକୃତ ଫ୍ରିଲାନ୍ସ ସାମ୍ବାଦିକ ଓ କାର୍ଯ୍ୟରତ ସାମ୍ବାଦିକମାନେ ଏହି ସୁଯୋଗର ସୁଫଳ ହାସଲ କରିବାକୁ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି ।

Share in top social networks!