ବାଙ୍କୀରେ କଲ୍ୟାଣମଣ୍ଡପ,ବସ୍ ଷ୍ଟାଣ୍ଡ ଓ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

downloadଜନସାଧାରଣଙ୍କ ଚାହିଦା କୁ ଦୃଷ୍ଟିରେ ରଖି ବାଙ୍କି ଉପଖଣ୍ଡରେ କଲ୍ୟାଣମଣ୍ଡପ,ବସ୍ ଷ୍ଟାଣ୍ଡ,ଓ ଶିଶୁ ଉଦ୍ୟାନ ନିର୍ମାଣ ନିମନ୍ତେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଟକ ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୁହରି ମହାତାବ,ବିଧାନସଭାର ମୁଖ୍ୟସଚେତକ ତଥା ବାଙ୍କି ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । କଲ୍ୟାଣ ନିର୍ମାଣ ନିମନ୍ତେ ୩୭ଲକ୍ଷ ଟଙ୍କା,ବସ୍ ଷ୍ଟାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କା ଓ ଶିଶୁ ଉଦ୍ୟାନ ପାଇଁ ୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । କିନ୍ତୁ ନିର୍ମାଣର ସ୍ଥାନ ନିରୂପଣ ହୋଇପାରୁ ନଥିବାରୁ କାର୍ଯ୍ୟ ଆଗେଇ ପାରୁ ନାହିଁ ବୋଲି ଜଣାଯାଇଛି । ମନ୍ତ୍ରୀ ଶ୍ରୀ ମିଶ୍ର ତୁରନ୍ତ ସ୍ଥାନ ନିରୂପଣ କରି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଏସ୍.ଏସ୍ ରାଠୋ. ମ୍ୟୁନିସିପାଲିଟି ନିର୍ଦ୍ଦେଶକ ଶ୍ରୀ ଡି.ସେନାପତି,ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍.କେ ମହାନ୍ତି ,ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ।

Share in top social networks!