ଓଡିଶା ଜନ ସାଧାରଣ ଦେୟ ଅସୁଲ ସଂଶୋଧନ ବିଲ-୨୦୧୩ ଗୃହୀତ

images (1)ବିଭିନ୍ନ ଉଦ୍ଦେଶ୍ୟରେ ଋଣ ନେଇ ଜାଣିଶୁଣି ପରୋଶୋଧ କରୁ ନ ଥିବା ଅନୁସୂଚିତ ଜାତି,ଜନଜାତି,ସାମାଜିକ ଓ ଆର୍ଥିକ ପଛୁଆବର୍ଗ ଏବଂ ସେଲ୍ଫ ହେଲ୍ପ ଗ୍ରୁପ ଏବଂ ବେକାର ଯୁବକ ଙ୍କ ଠାରୁ ବ୍ୟାଙ୍କରୁ ଋଣ ନେବା ବେଳେ ହେଉନ ସୁଧହାରରେ ନେଇଥିବେ,ସେହି ହାରରେ ଆଦାୟ କରିବା ପାଇଁ ରାଜସ୍ଵମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଗତ କରିଥିବା ଓଡିଶା ଜନସାଧାରଣ ଦେୟ ଅସୁଲ ସଂଶୋଧନ ବିଲ-୨୦୧୩ ଉପରେ ଗୃହୀତ ହୋଇଛି । ଏହି ବିଲ ଉପରେ ବିରୋଧୀ ଦଳର ସଦସ୍ୟ ଦୁର୍ଯ୍ୟଧନ ଗରଡିଆ,ସୁରେନ୍ଦ୍ର ପରମାଣିକ ସଂଶୋଧନପ୍ରସ୍ତାବ ଆଣିଥିଲେ ହେଁ ତାକୁ ଗ୍ରହଣ କରାଯାଇନଥିଲା । ଶାସକ ଦଳ ପକ୍ଷରୁ ଅନନ୍ତ ଦାସ ସାଧାରଣ ବର୍ଗଙ୍କ ପାଇଁ ଥିବା ୧୨.୫ ପ୍ରତିଶତ ହାରକୁ ସଂଶୋଧନ କରି ୧୦ ପ୍ରତିଶତ କରିବାକୁ ଦାବି କରି ଏକ ସଂଶୋଧନ ପ୍ରସ୍ତାବ ଦେଇଥିଲେ । ପରେ ସେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ । ଯେଉଁ ପିଲା ମାନେ ଉଚ୍ଚଶିକ୍ଷା ପାଇଁ ସରକାର ବା ବ୍ୟାଙ୍କ ଠାରୁ ଋଣ ନେଉଛନ୍ତି,ତାହାକୁ ୪ କିମ୍ବା ୫ ପ୍ରତିଶତ ସୁଧ ଆଦାୟ କରିବା ପାଇଁ ବିରୋଧୀ ଦଳର ସଦସ୍ୟ ମାନେ ସଂଶୋଧନ ପ୍ରସ୍ତାବ ଦେଇଥିଲେ । ରିପୋର୍ଟ ପ୍ରସ୍ତୁତ ହେବା ବେଳେ ଆଲୋଚନା ଜାରି ରହିଥିଲା ।

Share in top social networks!