ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

download
ଆଣବିକ କ୍ଷମତାସମ୍ପନ୍ନ ମଧ୍ୟମ ଦୂରଗାମୀ ତଥା ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ ମଙ୍ଗଳବାର ସକାଳ ୧୦ ଟା ୫ ମିନିଟ୍ ସମୟରେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ତିନି ନମ୍ବର ପ୍ୟାଡରୁ ପରୀକ୍ଷଣ ହୋଇଯାଇଛି । ପୃଥ୍ଵୀ-୨ କ୍ଷେପଣାସ୍ତ୍ର ୩୫୦ କିମି ଦୂରତାକୁ ଭେଦ କରିବା ସହ ୧ହଜାର କିଲୋଗ୍ରାମ ଓଜନର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ଲମ୍ବ ୯ମିଟର ହୋଇଥିବା ବେଳେ ମୋଟେଇ ୧ମିଟର ଅଟେ । କ୍ଷେପଣାସ୍ତ୍ରକୁ ଚଳିତ ବର୍ଷ ଅକ୍ଟୋବର ମାସ ୭ତାରିଖରେ ଶେଷ ଥର ପାଇଁ ପରୀକ୍ଷଣ କରାଯାଇଥିଲା ।

Share in top social networks!