ବିଏମସି ନିର୍ବାଚନ ପାଇଁ ସରକାର ରାଜି ଖୁବ ଶୀଘ୍ର ବିଜ୍ଞପ୍ତି

45687
ଭୁବନେଶ୍ଵର ମହାନିଗମ ପାଇଁ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଜଣାଇଦିଆଯାଇଛି । ନିଗମରା ପାଞ୍ଚ ବର୍ଷିଆ କାର୍ଯ୍ୟକାଳ ଗତମାସରେ ଶେଷ ହୋଇଯାଇଛି । ନିକଟରେ ହୋଇଥିବା ଏହି ନିଗମର ପୁନର୍ଗଠନ ପରେ ମୋଟ ୱାର୍ଡ ସଂଖ୍ୟା ୬୦ ରୁ ୬୭ କୁ ବୃଦ୍ଧି ପାଇଛି । ନିଗମର ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି କି ନାହିଁ ଜଣାଇବାକୁ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗକୁ ଏକ ପତ୍ର ଲେଖି ମତାମତ ଲୋଡିଥିଲେ । ଏଣିକି ନିର୍ବାଚନ କମିଶନ ବିଏମସି ର ନିର୍ବାଚନ ଲାଗି ତାରିଖ ଧାର୍ଯ୍ୟ କରିବେ ଏବଂ ଏ ସମ୍ପର୍କରେ ଖୁବଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ କରିବେ । ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ତତ୍କାଳ ଆଚରଣ ବିଧି ଲାଗୁହେବ । ସୂଚନାଯୋଗ୍ୟଯେ ଏଥର ଭୁବନେଶ୍ଵର ମହାନଗର ନିଗମର ଅଧ୍ୟକ୍ଷ ପଦ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛି । ବିଦାୟୀ ନିଗମର ମେୟର ପଦ ପଛୁଆବର୍ଗ ପୁରୁଷଙ୍କ ପାଇଁ ସଂରକ୍ଷିତ ଥିଲା ।

Share in top social networks!