ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

unnamed (1)
ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖା ତରଫରୁ ସ୍ଥାନୀୟ ରେଡକ୍ରସ ଭବନଠାରେ ପ୍ରଥମଥର ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ପ୍ରାଥମିକ ଉପଚାର ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ସ୍ୱାସ୍ଥ୍ୟ ଓ ଯତ୍ନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ.ବି.ମିଶ୍ର ଆଇ.ଇ.ଏସ୍ (ଅବସରପ୍ରାପ୍ତ)ଉକ୍ତ ସାଧାରଣ ସଭାରେ ମୁଖ୍ୟାତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରେଡକ୍ରସ ଓଡିଶା ରାଜ୍ୟଶାଖା ତରଫରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ପାଇଁ ଆରମ୍ଭ କରାଯାଉଥିବା ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମରେ ପ୍ରଶଂସା କରିବା ସହ ରେଡକ୍ରସ ଭଳି ମହତ ସଂସ୍ଥା ଦ୍ଵାରା ଭିନ୍ନକ୍ଷମ ନିମନ୍ତେ ଆହୁରି ଅଧିକ ସୁଚିନ୍ତିତ କାର୍ଯ୍ୟକ୍ରମ ପ୍ରଣୟନ କରିବା ନିମନ୍ତେ ମତ ପୋଷଣ କରିଥିଲେ । ସେ ଏହି ଅବସରରେ ଉପସ୍ଥିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଏହିପ୍ରାଥମିକ ଉପଚାର ତାଲିମ କାର୍ଯ୍ୟକ୍ରମ ନିଜ ସହିତ ଅନ୍ୟକୁ ସାହାଯ୍ୟ କରିବାର କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖାର ଅବୈତନିକ ସଚିବ ଡାଃ ମଙ୍ଗଳା ପ୍ରସାଦ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରି କହିଲେ ଯେ ସମାଜର ଉନ୍ନତି ନିମନ୍ତେ ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ଆବଶ୍ୟକତା ରହିଛି । ପର୍ଯ୍ୟାୟକ୍ରମେ ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ମଧ୍ୟରୁ ପ୍ରଶିକ୍ଷକ ହେବା ନିମନ୍ତେ ପଦକ୍ଷେପ ନିଆଯିବ । ଏହିଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଥର ଆୟୋଜିତ ହେବାକୁ ଥିବା ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ରେ bhima bhoi school for the blind,bipin bihari choudhury school for the deaf,nursery school for the deaf. Association for the blind .association for the deaf ,Bhubaneswar and red cross school for the special children-sahaya,cuttack ଅନୁଷ୍ଠାନରୁ ୧୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦେଇଥିଲେ / ପ୍ରଶିକ୍ଷକ ଡ.ବିକାଶ କୁମାର ପ୍ରସାଦ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଉପଚାର ଶିକ୍ଷା ପ୍ରଦାନ କରିଥିଲେ । ଯୁବ ରେଡକ୍ରସ ଅଧିକାରୀ ଡଃ ସରିତା ସୁପକାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!