ମୁଖ୍ୟମନ୍ତ୍ରୀ ଯୁବ ଜ୍ୟୋତିର୍ବିଦ ଅନେଶ୍ଵଣ କାର୍ଯ୍ୟକ୍ରମକୁ ଉଦ୍ଦଘାଟନ କଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯୁବ ଜ୍ୟୋତିର୍ବିଦ ଅନେଶ୍ଵଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ପଠାଣି ସାମନ୍ତ ପ୍ଲାନେଟ୍ରୋରିଅମରେ ଉଦ୍ଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡିଶାର ଛାତ୍ରଛାତ୍ରୀ ମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ସେମାନଙ୍କୁ ଉପଯୁକ୍ତ ପ୍ରୋଚାହନ ମିଳିଲେ ସେମାନେ ବିଶ୍ଵ ପ୍ରସିଦ୍ଧ ଜ୍ୟୋତିର୍ବିଦ ଓ ମହାକାଶ ବିଜ୍ଞାନୀଙ୍କ ଭଳି ସୁନାମ  ଅର୍ଜନ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଞ୍ଚଳର ପିଲାମାନେ ଭାଗନେବା ଖୁସିର କଥା। ଏହି କ୍ଷେତ୍ରରେ ସେମାନଙ୍କୁ ଅଧିକା ସୁଯୋଗ ମିଳିଲେ ସେମାନେ ମଧ୍ୟ ସୁନାମ  ଅର୍ଜନ କରିପାରିବେ। ଏହି କ୍ଷେତ୍ରରେ ସରକାରୀ ଓ ବେସରକାରୀ କ୍ଷେତ୍ରର ସହଯୋଗ ମିଳିବା ଦରକାର ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହି  କ୍ଷେତ୍ରରେ ସେ ଟାଟା ଷ୍ଟୀଲର ପ୍ରୟାସକୁ ପ୍ରସଂଶା କରିଥିଲେ।

Share in top social networks!