ଓଡିଶୀ ଓ ମଣିପୁରୀ ନୃତ୍ୟ ଉଷ୍ମକଲା କୋଣାର୍କ ମୁକ୍ତାକାଶ ମଞ୍ଚରେ ଶୀତୁଆ ସଞ୍ଜକୁ

46062ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ଉନ୍ନୟନ ନିଗମର ମିଳିତ ଆନୁକୁଲ୍ୟରେ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ‘ଓଡିଶୀ’ ଓ ‘ମଣିପୁରୀ’ ନୃତ୍ୟ ଶାସ୍ତ୍ର ବର୍ଣ୍ଣିତ ନବରସକୁ ବିବିଧ ପର୍ଯ୍ୟାୟ ରେ ବ୍ୟକ୍ତ କରିଥିଲା । ପ୍ରଥମ ପର୍ଯ୍ୟାୟ ରେ କୋଲକାତାର ସିଂଜନ୍ ନୃତ୍ୟାଳୟର ଓଡିଶୀ ନୃତ୍ୟଗୁରୁ ଆଲୋକା କାନୁନଗୋ ‘ସ୍ଥାପତ୍ୟ ସତ୍ୟ’କୁ ବେସ୍ ଭାବପୂର୍ଣ୍ଣ ଢଙ୍ଗରେ ମଞ୍ଚସ୍ଥ କରିଥିଲେ । ଶିଳ୍ପୀ ବୃନ୍ଦ ଏହି ଅନବଦ୍ୟ ନୃତ୍ୟ ସଂରଞ୍ଚନା ରେ ପ୍ରମାଣ ଦେଇଥିଲେ ଯେ ଅନିତ୍ୟ ସଂସାରରେ ସଙ୍ଗୀତ,ନୃତ୍ୟ,କଳା ଓ ସ୍ଥାପତ୍ୟ ହିଁ ସତ୍ୟ । କୋଣାର୍କ ମନ୍ଦିରର ପାଦ ଦେଶରେ ଏ ଚିରନ୍ତନୀ ସତ୍ୟ ପ୍ରକାଶ ବେଶ୍ ପ୍ରାସଙ୍ଗିକ ଥିଲା । ବିଶିଷ୍ଟ ସଙ୍ଗୀତ ଗୁରୁ ରାମହାରି ଦାସଙ୍କ ସଂଗୀତ ସଂଯୋଜନଓ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଙ୍କ ବାଦ୍ୟ ସଂଯୋଜନା ତଥା ଆଲୋକା କାନୁନଗୋ ଓ ଗୋଟିପୁଅ ଗୁରୁ ଚିତ୍ରସେନ ସ୍ଵାଇଁଙ୍କ ନୃତ୍ୟ ସଂଯୋଜନା ବାରି ହୋଇପଡୁଥିଲା । ଦ୍ଵିତୀୟ ଚରଣରେ ମଞ୍ଚସ୍ଥ ହୋଇଥିଲା ମଣିପୁରୀ ଶାସ୍ତ୍ରୀୟ ନୃତ୍ୟ । ‘ମଣିପୁର ନୃତ୍ୟାଶ୍ରମ’ ର ଗୁରୁ ତଥା ଖ୍ୟାତିନାମା ଶିଳ୍ପୀ ସିଂଗଜିତ୍ ସିଂ ଓ ସାଥି ପରିବେଷଣ କରିଥିଲେ ‘ବସନ୍ତ ରାସ’ ।,ରାଧା କୃଷ୍ଣଙ୍କ ମିଳନ ସହ ଗୋପାଙ୍ଗନା ନୃତ୍ୟ- ପରିପାଟୀ ମଞ୍ଚରେ ଅବସନ୍ତ ରେ ବାସନ୍ତକୁ ନେଇଯାଇଥିଲା । ପରେପରେ ମଞ୍ଚସ୍ଥ ହୋଇଥିଲା । ବାଦ୍ୟର ତାଳେତାଳେ ‘ପୁଙ୍ଗ ଚୋଲାମ୍’ ନୃତ୍ୟ ଯାହା ଆଧ୍ୟାତ୍ମିକ ଭାବଧାରାର ଚରମ ପ୍ରକାଶକୁ ସିଦ୍ଧ କରୁଥିଲା ଅନ୍ତିମ ପ୍ରସୂତିରେ ଥିଲା ‘ନଗର କୀର୍ତ୍ତନ’ ।. ଶ୍ରୀ ଚୈତନ୍ୟ ପନ୍ଥୀଙ୍କ ବୈଷ୍ଣବୀୟ ଚେତନାକୁ ବେଶ୍ ମାର୍ମିତ ଭାବେ ମଞ୍ଚରେ ପରସି ଦେଇଥିଲେ ମଣିପୁରୀ ନୃତ୍ୟାଶ୍ରମର ଶିଳ୍ପୀ ସମୂହ । ପର୍ଯ୍ୟଟନ ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ ,OTDC ର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର,ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ଚିତ୍ତ ରଞ୍ଜନ ମାଲ୍ଲିଆ ଓ ଡଃ ସଂଗୀତା ଗୋସାଇଁ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିବା ବେଳେ ଡାଃ ସାଧନା ଶ୍ରିବାସ୍ତବ ଓ ଡାକ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

Share in top social networks!