ଫୁଲବାଣୀ ପୌରପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ନିର୍ବାଚନ ଫଳାଫଳ ଘୋଷିତ

45436 କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ଓ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନର ଫଳ ଘୋଷଣା କରାଯାଇଛି। ଫୁଲବାଣୀ ପୌର ପରିଷଦର ସମୁଦାୟ ୧୩ଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳ ୯ଟି,ଭାରତୀୟ କଂଗ୍ରେସ ୨ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ୨ଟିରେ ବିଜୟ ଲାଭ କରିଛନ୍ତି । ସେହିପରି ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁଜନତା ଦଳ ୧୦ଟି,ଭାରତୀୟ ଜାତୀୟ କଂଗ୍ରେସ ୨ଟି ଓ ସ୍ଵାଧୀନ ପ୍ରାର୍ଥୀ ୧ଟିରେ ବିଜୟ ଲାଭ କରିଛନ୍ତି । ଫୁଲବାଣୀ ପୌର ପରିଷଦର ୧ ନମ୍ବର ୱାର୍ଡରେ ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀମତୀ କଳ୍ପନା ଦାସ,୨ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ କମଳ କୁମାର ବେହେରା,୩ ନମ୍ବର ୱାର୍ଡରେ ବିଜୁଜନତା ଦଳର ଶ୍ରୀ ରାଜେନ୍ଦ୍ର କଅଁର ,୪ନମ୍ବର ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀନୀ ଶ୍ରୀମତୀ ଅମୀତା ମହାନ୍ତି,୫ ନମ୍ବର ୱାର୍ଡରେ ବିଯୁଜନତା ଦଳର ଶ୍ରୀମତୀ ରିନା ବେହେରା,୬ ନମ୍ବର ୱାର୍ଡର ବିଜୁଜନତାଦଳର ଶ୍ରୀ ଟୁକୁନ୍ଦର ସେଠୀ,୭ ନମ୍ବର ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତପନ କୁମାର ପାତ୍ର,୮ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀମତୀ ସୁମନ୍ ଅଗ୍ରୱାଲ,୯ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ବିନୋଦ କୁମାର ବେହେରା,୧୦ ନମ୍ବର ୱାର୍ଡରେ ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀମତୀ ବିନତୀ କଅଁର ,୧୧ନମ୍ବର ୱାର୍ଡରରେ ବିଜୁ ଜନତା ଦଳର ଶ୍ରୀମତୀ ସ୍ଵର୍ଣ୍ଣ ବେହେରା,୧୨ ନମ୍ବର ୱାର୍ଡରେ ବିଜୁ ଜନତାଦଳର ଶ୍ରୀମତୀ ଅଚିନ୍ତା ବଗଲ ଏବଂ ୧୩ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ପ୍ରତାପ ମୁନୀ ଜୟଯୁକ୍ତ ହୋଇଛନ୍ତି । ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡରେ ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀମତୀ ଗୌହର ସୁଲତାନା ବେଗମ୍,୨ ନଂ. ୱାର୍ଡରେ ବିଜୁଜନତାଦଳର ଶ୍ରୀ ଭାସ୍କର ପ୍ରଧାନ,୩ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀମତୀ ରେଣୁ କଅଁର,୪ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ସମୀର ପାଢି,୫ ନମ୍ବର ୱାର୍ଡରେ ଭାରତୀୟ ଜାତୀୟ କଂଗ୍ରେସର ଶ୍ରୀମତୀ ସିଦ୍ଧେଶ୍ଵରୀ ନାୟକ,୬ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀମତୀ କୁମିନା ପ୍ରଧାନ,୭ ନମ୍ବର ୱାର୍ଡରେ ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ଅଶ୍ଵିନୀ କୁମାର ନାୟକ,୮ ନମ୍ବର ୱାର୍ଡରେ ବିଜୁ ଜନତା ଦଳର କୁମାରୀ ଜଲିନା ପ୍ରିୟଦର୍ଶିନୀ,୯ ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ପି.ସଂଜୀବ କୁମାର ପାତ୍ର,୧୦ ନମ୍ବର ୱାର୍ଡରେ ବିଜୁଜନତା ଦଳର ଶ୍ରୀମତୀ ଭାନୁ ପ୍ରଭା ମିଶ୍ର,୧୧ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ରମେଶ ଚନ୍ଦ୍ର ବେହେରା,୧୨ନମ୍ବର ୱାର୍ଡରେ ବିଜୁଜନତାଦଳର ଶ୍ରୀ ଜିତେନ୍ଦ୍ର ପ୍ରଧାନ ଏବଂ ୧୩ ନମ୍ବର ୱାର୍ଡରେ ବିଜୁ ଜନତାଦଳର ଶ୍ରୀମତୀ ନିରୋଜ କୁମାରୀ ନାୟକ ଜୟଯୁକ୍ତ ହୋଇଛନ୍ତି । ଏହି ଦୁଇଟି ପୌରପରିଷଦ ରେ ଡିସେମ୍ବର୯ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ଡିସେମ୍ବର ୩୦ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Share in top social networks!