ବିଶ୍ଵ ବିଖ୍ୟାତ ଜଗନ୍ନାଥ ମନ୍ଦିରର ଯଥାଶୀଘ୍ର ମରାମତି ପାଇଁ ସଂସ୍କୃତି ମନ୍ତ୍ରୀଙ୍କ କେନ୍ଦ୍ର ସରକାରଙ୍କୁ ଚିଠି

46055୧୯୭୫ ମସିହାଠାରୁ ଭାରତ ସରକାରଙ୍କ ପ୍ରନୁତତ୍ଵିକ ସଂସ୍ଥା ଦ୍ଵାରା ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିରର ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ କାର୍ଯ୍ୟ କରିଆସୁଛନ୍ତି । ବାରମ୍ବାର ପଥର ଖସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏହି ବିଶ୍ୱବିଖ୍ୟାତ କୀର୍ତ୍ତିରାଜିର ପୁରୀ ମନ୍ଦିର ପ୍ରଶାସନ ସହାୟତାରେ ଜଣେ ବରିଷ୍ଠ ପ୍ରନୁତତ୍ଵବିତ ଙ୍କ ଦ୍ଵାରା ମରାମତି ପାଇଁ ଅନୁରୋଧ କରିଆସୁଛନ୍ତି । ଆସନ୍ତା ନବକଳେବର ବେଳକୁ ଆଖି ଆଗରେ ରଖି ଜଗନ୍ନାଥ ମନ୍ଦିରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଯଥାଶୀଘ୍ର ସମ୍ପାଦନ କରିବା ନିମନ୍ତେ ରାଜ୍ୟସ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନ୍ଦ୍ରେଶ କୁମାରୀ କାଟୋଜ୍ ଙ୍କୁ ଏହି ମର୍ମରେ ଆଜି ଏକ ପତ୍ର ଲେଖିଛନ୍ତି ।

Share in top social networks!