ଭିନ୍ନକ୍ଷମ ମାନେ କୌଣସି ଗୁଣରେ କମ୍ ନୁହନ୍ତି: ମନ୍ତ୍ରୀ ଶ୍ରୀମତୀ ଊଷାଦେବୀ ଆଦି ବାସୀ ପଡିଆଠାରେ ଭିନ୍ନକ୍ଷମ ପ୍ରଦର୍ଶନୀ ଉଦଘାଟିତ

46060ଆଜି ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ମିଳିତ ଜାତିସଂଘ ଦ୍ଵାରା ଏ ବର୍ଷର ଅନୁଚିନ୍ତା ହେଉଛି । “ବ୍ରିକ୍ କ୍ୟାରିଅର୍ସ,ଓପନ ଡୋରସ ଫର ଆନ୍ ଇନକ୍ଲ୍ୟୁଜିଭ ସୋସାଇଟି ଫର ଅଲ୍”ଅର୍ଥାତ “ ସମସ୍ତ ପ୍ରତିବନ୍ଧକକୁ ଭାଙ୍ଗି ଘରର ଚାରିକାନ୍ଥ ଭିତରୁ ବାହାରି ସମାଜର ପ୍ରତିଟି ଲୋକଙ୍କ ସହ ନିଜକୁ ଅଭିନ୍ନ ମନେ କରି ଚଳିବା”।
,ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆଠାରେ ଆଜି ରାଜ୍ୟସ୍ତରୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଜି ସକାଳ ୮ଘଟିକା ସମୟରେ ଲୋୟର ପି.ଏମ୍.ଜି ରୁ ଆଦିବାସୀ ପଡିଆ ପର୍ଯ୍ୟନ୍ତ ଏଲ ରାଲିରେ ଆୟୋଜନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଶ୍ରୀମତୀ ଆରତୀ ଆହୂଜା ଓ ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ କସ୍ତୁରୀ ମହାପାତ୍ର ଏହି ରାଲିର ଶୁଭାରମ୍ଭ କରିଥିଲେ । ରାଲିରେ ଭିନ୍ନକ୍ଷମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକ,ଓଲିଉଡ ଷ୍ଟାର ବିଦ୍ୟୁସ୍ମିତାଙ୍କ ଏବଂ ପ୍ରାୟ ୩୦୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିଲେ । ପରେପରେ ୟୁନିଟ ୧ ସ୍ଥିତ ଆଦିବାସୀ ପଡିଆ ଠାରେ ଭିନ୍ନକ୍ଷମ ଓ ଭିୟନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଦ୍ଵାରା ଆୟୋଜିତ ଏକ ପ୍ରଦର୍ଶନୀକୁ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ଊଷାଦେବୀ ଉଦଘାଟନ କରିଥିଲେ । ଭିନ୍ନକ୍ଷମ ମାନଙ୍କ ଦ୍ଵାରା ଷ୍ଟଲ ଖୋଲା ଯାଇଥିଲା । ପ୍ରତ୍ୟେକ ଷ୍ଟଲରେ ଦର୍ଶକମାନଙ୍କୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ସୂଚନା ଓ ବୁକଲେଟ ରହିଛି । ଆଜି ଅପରାହ୍ନରେ ଆଦିବାସୀ ପଡିଆଠାରେ ଭିନ୍ନକ୍ଷମମାନଙ୍କ ଦ୍ଵାରା ମଞ୍ଚରେ ଚମତ୍କାର ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରକାଶଥାଉକି,ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଭିନ୍ନକ୍ଷମ ନିର୍ଦ୍ଦେଶାଳୟ ପକ୍ଷରୁ ଡିସେମ୍ବର ୩ଓ ୪ ଦୁଇଦିନ ଧରି ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହେଉଛି ।

Share in top social networks!