ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ ପାଇଁ ନୂଆ ବ୍ୟବସ୍ଥା

45403ପାସ୍ ସମସ୍ୟା ଯୋଗୁ ସଚିବାଳୟକୁ ପ୍ରବେଶ କରି ପାରୁ ନ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସାଧାରଣ ଅଭିଯୋଗ ଓ ପେନସନ୍ ବିଭାଗ ତରଫରୁ ସଚିବାଳୟ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଏକ ଅଭିଯୋଗ ବାକ୍ସ ସ୍ଥାପନ କରାଯାଇଛି । ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସକ ମନ୍ତ୍ରୀ ରମେଶ ମାଝୀ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଗ୍ରାମ ମିଶ୍ର ଏହାକୁ ଲୋକାର୍ପିତ କରିଛନ୍ତି । ସଚିବ ଶ୍ରୀ ମିଶ୍ର କହିଥିଲେ ଯେ,ସଚିବାଳୟର ପ୍ରବେଶ କଟକଣା କାରଣରୁ ଜନସାଧାରଣ ନିଜର ଅଭିଯୋଗ ପାତ୍ର ସମ୍ପୃକ୍ତ ଅଧିକାରୀମାନଙ୍କୁ ଦେଇପାରୁ ନାହାନ୍ତି । ଏହାସହିତ ଦାରିଦ୍ର ଓ ଅବହେଳିତ ଙ୍କ ସୁବିଧା କୁ ଆଖି ଆଗରେ ରଖି ଏହି ଅଭିଯୋଗ ବାକ୍ସ ରଖାଯାଇଛି । ଯେ କୌଣସି ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ସେ ନିଜର ନିର୍ଭୁଲ ଠିକଣା ସହିତ ମୋବାଇଲ ଅଥବା ଯୋଗାଯୋଗ ନମ୍ବର ଦେଇ ଅଭିଯୋଗ ବାକ୍ସରେ ନିଜର ଦରଖାସ୍ତ ପକାଇପାରିବେ । ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ ବିଭାଗ ଏହାକୁ ନିୟମିତ ସଂଗ୍ରହ କରି ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଇବ । ଏଥିସହିତ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ମଧ୍ୟ ବିଭାଗ ପଦକ୍ଷେପ ନେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Share in top social networks!