‘ବଢତେ କଦମ୍’ ର ଶୁଭାରମ୍ଭ

45622ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଧାରୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପଞ୍ଚମ ରାଷ୍ଟ୍ରୀୟ ସଚେତନତା ଅଭିଯାନ ‘ବଢତେ କଦମ୍’ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଟ୍ରଷ୍ଟ ଆନୁକୁଲ୍ୟରେ ଓପନ ଲର୍ଣ୍ଣିଂ ସିଷ୍ଟମ୍ସ ଦ୍ଵାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟହେଲା ଭିନ୍ନକ୍ଷମ ମାନଙ୍କ ସମ୍ବନ୍ଧରେ ସଚେତନତା ସୃଷ୍ଟି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ଏଥିରେ ମହିଳା ଓ ଶିଶୁ କଲ୍ୟାଣ ସଚିବ ଆରତୀ ଆହୁଯା,ପ୍ରଫେସର ପ୍ରତାପ କୁମାର ରଥ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅଭିଯାନ ରାଜ୍ୟର ୧୫ ଟି ଜିଲ୍ଲାରେ ଏକ ସାଙ୍ଗରେ ଆରମ୍ଭ ହେବ ବୋଲି ଜଣାପଡିଛି ।

Share in top social networks!