ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମିଳିଛି ୨୨୭ କୋଟି

45687କୋଟିଏ କି ଦୁଇ କୋଟି ନୁହେଁ ,୨୦୦୧ରୁ ଅଦ୍ୟାବଧି ରାଜ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୨୭ କୋଟି ୨୯ ଲକ୍ଷ ଟଙ୍କା ମିଳିଛି । ବିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନେ ଏହି ଅର୍ଥ ପ୍ରଦାନ କରିଛନ୍ତି । ବିଧାୟକ ନବ କିଶୋର ଦାସ ଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ୨୦୦୮ ମସିହା ବନ୍ୟାରେ ୨୭ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ୨୦୧୧ ବନ୍ୟାରେ ୨୯ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ୨୦୧୩ ବାତ୍ୟାରେ ୬୦ କୋଟି ୭ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟ ହୋଇଛି ।

Share in top social networks!