ରାଜ୍ୟ ସ୍ତରୀୟ ପଞ୍ଚାୟତ ସଶକ୍ତିକରଣ କାର୍ମଶାଳା ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକାକୁ ଗୁରୁତ୍ଵ ପ୍ରଦାନ

46030ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଓ ରାଜ୍ୟ ଗ୍ରାମାଞ୍ଚଳ ବିକାଶ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ସଶକ୍ତିକରଣ ଉପରେ ଏକ କର୍ମଶାଳା ଆୟୋଜନ ହୋଇଯାଇଛି । ପଞ୍ଚାୟତ ଗୁଡିକ ଅଧିକ ପାରଦର୍ଶୀ ,ଦାୟିତ୍ଵ ସମ୍ପନ୍ନ,ସ୍ଵଚ୍ଛ ଏବଂ କାର୍ଯ୍ୟଦକ୍ଷ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ ପଞ୍ଚାୟତ ଶାସନ ବ୍ୟବସ୍ଥା ମଧ୍ୟରେ ମହିଳାଙ୍କ ଉପସ୍ଥିତିର ଗୁରୁତ୍ଵ,କ୍ଷମତାର ବିକେନ୍ଦ୍ରୀକରଣ,ଜଙ୍ଗଲ ଅଧିକାର ଆଇନ,ନିର୍ବାଚନର ଆବଶ୍ୟକତା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିଶେଷଭାବେ ଜଙ୍ଗଲ ଅଧିକାର ଆଇନ ଏବଂ ପେସା ଆଇନ ଭଳି କେତେକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ରୂପାୟନ କରାଯିବା ଦିଗରେ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ମାନଙ୍କ ରହିଥିବା ଦାୟିତ୍ଵ ଉପରେ ଆଲୋଚନା ପର୍ଯ୍ୟବେଶିତ ଥିଲା । ସେହିଭଳି ସରକାର ଗ୍ରାମସଭା,ପଲ୍ଲିସଭା କରିବାର ଅସଲ ଉଦ୍ଦେଶ୍ୟ କଣ ତାହା ଏହି କର୍ମଶାଳାର ମୁଖ୍ୟ ତର୍ଜମାର ବିଷୟ ଥିଲା । ଦେଶରୁ ଦାରିଦ୍ର ଦୂରୀକରଣ ନିମନ୍ତେ କରାଯାଇଥିବା ଯୋଜନାଗୁଡିକୁ ନିର୍ବାଚିତ ପ୍ରତିନିଧୀମାନେ ନିଜ ଅଞ୍ଚଳରେ କିପରି ତାହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିବେ ସେଥିପାଇଁ କି କି ପଦକ୍ଷେପ ନିଆଜିବା ଆବଶ୍ୟକ ତାହା କର୍ମଶାଳାରେ ବିଶେଷଜ୍ଞମାନେ ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜନପ୍ରତିନିଧିମାନଙ୍କଠାରୁ ତାଙ୍କ ଅଞ୍ଚଳରେ ରହିଥିବା ସମସ୍ୟା ବିଷୟରେ ଅବଗତ ହେବା ପରେ ତାକୁ କିପରି ପ୍ରତିହତ କରାଯାଇପାରିବ ତାହା ବୁଝାଯାଇଥିଲା । କର୍ମଶାଳାକୁ ଶୁଭାରମ୍ଭ କରି କେନ୍ଦ୍ର ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ହୃଷୀକେଶ ପଣ୍ଡା ପ୍ରତି ପଞ୍ଚାୟତରେ ଗ୍ରାମସଭା ଗୁଡିକର ସଫଳ ଆୟୋଜନ କରି ସେଥିରେ ସମାଜରେ ରହିଥିବା ଲିଙ୍ଗ ପ୍ରଭେଦ,ମାନବ ଚାଲାଣ,ସାମାଜିକ ସମୀକ୍ଷା, ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି ଭଳି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଗଲେ ତାର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ପଞ୍ଚାୟତିବିଭାଗର ଶାସନ ସଚିବ ଶ୍ରୀ ଡ଼ିକେ ସିଂହ ରାହଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ସଶକ୍ତକରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତିକରଣ ଅଭିଯାନ କିପରି ଚାଲିଛି ତା’ର ଆକଳନ କରିଥିଲେ ।

Share in top social networks!