ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

45518ପ୍ରତିବର୍ଷ ଡିସେମ୍ବର ୩ତାରିଖ ଦିନ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ଏହାକୁ ଆନ୍ତର୍ଜାତୀୟ ଭିନ୍ନକ୍ଷମମାନଙ୍କର ଦିବସ ବୋଲି କୁହାଯାଏ ।ଭିନ୍ନକ୍ଷମ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ସମାଜର ପ୍ରତ୍ୟେକ କ୍ଷେତ୍ର ଅର୍ଥାତ ସାମାଜିକ,ରାଜନୈତିକ,ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କୁ ସାମିଲ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନେବା ଜରୁରୀ । ଜାତିସଂଘ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି । ସବୁବର୍ଷପରି ଆସନ୍ତାକାଲି ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଭିନ୍ନକ୍ଷମ କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ଭୁବନେଶ୍ଵର ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆଠାରେ ଏହି ଉତ୍ସବ ପାଳନ କରାଯିବ । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆସନ୍ତା କାଲି ସକାଳ ୭ଘଟିକାରେ ଲୋୟର ପି.ଏମ୍.ଜି ଠାରୁ ଆଦିବାସୀ ପଡିଆ ପର୍ଯ୍ୟନ୍ତ ଭିନ୍ନକ୍ଷମ ମାନଙ୍କର ଏକ ରାଲି ଅନୁଷ୍ଠିତ ହେବ । ଏହି ରାଲିର ଶୁଭାରମ୍ଭ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଆରତୀ ଆହୂଜା କରିବେ । ଦିନ ୧୧ ଘଟିକା ସମୟରେ ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ ଭିନ୍ନକ୍ଷମମାନଙ୍କର ଏକ ପ୍ରଦର୍ଶନୀକୁ ଆଦିବାସୀ ପଡିଆଠାରେ ଉଦଘାଟନ କରିବେ । ସନ୍ଧ୍ୟା ୫.୩୦ ମିନିଟ ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସକୁ ଆଦିବାସୀ ପଡିଆଠାରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ବିଷୟବସ୍ତୁ ରହିଛି ;ବ୍ରିକ୍ କ୍ୟାରିୟର୍ସ,ଓପନ ଡୋରସ ଫର ଆନ୍ ଇନକ୍ଲ୍ୟୁଜିଭ ସୋସାଇଟି ଫର ଅଲ୍’। ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ ।

Share in top social networks!