୨୦୧୫ ସୁଦ୍ଧା ଓଡିଶାରେ ଏଡସ୍ ମୁକ୍ତ ହେବ : ସ୍ୱାସ୍ଥ୍ୟମନ୍ତ୍ରୀ

damababuବିଶ୍ଵ ଏଡସ୍ ହାର ତୁଳନାରେ ଆମଭାରତ ତଥା ଓଡିଶାରେ ଏହି ହାର କମ୍ ରହିଛି । ଯଦି ରାଜ୍ୟର ବହୁ ପଢୁଆ ଛାତ୍ରଛାତ୍ରୀ ,ବରିଷ୍ଠ ନାଗରିକ ଓ ସରକାରୀ,ବେସରକାରୀ ଅନୁଷ୍ଠାନ ଏହାକୁ ନିଷ୍ଠାର ସହ ଆପଣାଇ ସବୁ ବର୍ଗର ଲୋକଙ୍କୁ ସଚେତନ କରାଇପାରିବେ ତେବେ ଆସନ୍ତା ୨୦୧୫ ମସିହା ସୁଦ୍ଧା ଓଡିଶାରୁ ଭୟାନକ ଏଡସ୍ ରୋଗ ନିଶ୍ଚିତ ଭାବେ ଲୋପ ପାଇବ ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ଦାମୋଦର ରାଉତ ଏହା କହିଛନ୍ତି । ସେ କହିଲେ ଯେ ଏକାକୀ ସ୍ୱାସ୍ଥ୍ୟ ବିଭାଗ ଚାହିଁଲେ ଏହି ସଂକ୍ରମଣ ରୋଗକୁ ମୂଳପୋଛ କରିପାରିବେ ନାହିଁ । ଏଥିପାଇଁ ସବୁ କ୍ଷେତ୍ରର ସମସ୍ତଙ୍କ ସହଯୋଗ ଆବଶ୍ୟକ ।ଦେଶରେ ପ୍ରଥମ ଥର ପାଇଁ ଏଡସ୍ ସମ୍ପର୍କୀୟ ସମସ୍ତ ତଥ୍ୟ ଏବଂ ବିଭିନ୍ନ ସ୍ଵାସ୍ଥ୍ୟସେବା ବିଷୟ ଜାଣିବା ପାଇଁ ଟଚ ସ୍କ୍ରିନ୍ ସୂଚନା କିଓସ୍କଙ୍କୁ ରାଜ୍ୟର ୪ ଟି ସ୍ଥାନ ଯଥା –କ୍ୟାପିଟାଲ ହସ୍ପିଟାଲ,ଭୁବନେଶ୍ଵର,ବ୍ରହ୍ମପୁର,କଟକ ଏବଂ ବୁର୍ଲ୍ଲା ସରକାରୀ ମେଡିକାଲ କଲେଜରେ ସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ବଡଜେନା ଯୋଗ ଦେଇ ଏଚଆଇଭି ସଂକ୍ରମଣ ଉପରେ ଆଲୋକପାତ କରି ସଂଯମତା ହିଁ ଏଡସ୍ ରୋକାଯାଇପାରିବ ବୋଲି କହିବା ସହିତ ଏହାଠାରୁ ଯୁବଗୋଷ୍ଠୀ ଦୂରେଇ ରହିଲେ ସମାଜର ମଙ୍ଗଳ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଚେତନତା ସୃଷ୍ଟି ପାଇଁ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଙ୍କୁ ନେଇ ପୂର୍ବାହ୍ନ ୧୧ ଟାରେ ଏକାମ୍ର ହାଟରୁ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଓସାକ୍ସ ର ପ୍ରକଳ୍ପ ନିର୍ଦ୍ଦେଶକ ଧୀରେନ କୁମାର ପଟ୍ଟନାୟକ ଓ ଅତିରିକ୍ତ ନିର୍ଦ୍ଦେଶକ ରାଜଲକ୍ଷ୍ମୀ ମହାନ୍ତିଙ୍କ ସହିତ ବହୁ ବୁଦ୍ଧିଜୀବୀ ,ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Share in top social networks!