ଖରିଫ ବର୍ଷ ୨୦୧୩-୧୪ ରେ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପାଇଁ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ କରାଯାଇଛି ।

imagesଚଳିତ ଖରିଫ ବର୍ଷ ୨୦୧୩-୧୪ ରେ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ସେଥିମଧ୍ୟରୁ ୨୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଧାନ ସଂଗ୍ରହଣକାରୀ ସଂସ୍ଥାମାନଙ୍କ ଦ୍ଵାରା ଏବଂ ୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଲେଭି ଆକାରରେ ମିଲର ମାନଙ୍କ ଠାରୁ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି । ସଭ୍ୟ ଶ୍ୟାମ ଚରଣ ହାଁସଦା ଙ୍କ ଏକ ପ୍ରଶ୍ନ ର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦେବ କହିଲେ ଯେ, ଫୁଡ୍ ଆଣ୍ଡ ପ୍ରୋକରମେଣ୍ଟ ପଲିସି ୨୦୧୩-୧୪ ଅନୁସାରେ ଧାନ କ୍ରୟ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କପା ସଂଗ୍ରହ କାର୍ଯ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା କରାଯାଉନାହିଁ । କରଫେଡ୍ (କଟନ ଫେଡ୍ରେସନ) ଓଡିଶାରେ କପା ସଂଗ୍ରହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

Share in top social networks!