ଫେବୃଆରୀ ୨୪ରୁ ମାଟ୍ରିକ ପରୀକ୍ଷା

45687
୨୦୧୪ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୪ତାରିଖରୁ ଆରମ୍ଭ ହେବ । ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଭାବେ ଏ ସଙ୍କ୍ରାନ୍ତରେ କୌଣସି ସୂଚନା ଦିଆଯାଇ ନଥିଲେ ବି ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ପରୀକ୍ଷା ଶେଷ ହୋଇଛି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ପରୀକ୍ଷା ଶେଷ ହେଉଥିବା ବେଳେ ଏପ୍ରିଲ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶନ ପାଇଁ ଯୋଜନା ରହିଛି । ୨୦୧୪,ମାଟ୍ରିକ ପରୀକ୍ଷା ସଂପୂର୍ଣ୍ଣ ଭାବେ ନୂଆ ଫର୍ମାଟରେ ହେବାକୁ ଯାଉଥିବା ବେଳେ ଡିଭିଜନ ଏବଂ ଫେଲ ବଦଳରେ ଗ୍ରେଡ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ପ୍ରତ୍ୟେକ ବିଷୟରେ ଅତି ସଂକ୍ଷିପ୍ତ ଚଏସ୍ ଭିତ୍ତିକ ୫୦ ପ୍ରତିଶତ ନମ୍ବର ପରୀକ୍ଷା ହେବାକୁ ଥିବା ବେଳେ ଓଏମଆର ସିଟରେ ଛାତ୍ରଛାତ୍ରୀମାନେ ଏହାର ଉତ୍ତର ଦେବେ । କମ୍ପ୍ୟୁଟରରେ ଏହାର ମୂଲ୍ୟାଙ୍କନ କରାଯିବାକୁ ଥିବାରୁ ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଉଛି । ୨୦୧୩ରୁ ନିଜ ସ୍କୁଲରେ ପରୀକ୍ଷା ଦେବା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ୨୦୧୪ରେ ଅଧିକ ସଂଖ୍ୟକ ସ୍କୁଲକୁ କେନ୍ଦ୍ର କରିବାକୁ ପଦକ୍ଷେପ ନିଆଯାଉଛି । ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମି ଥିବା ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!