ସ୍ଵାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ତରଫରୁ ଶକ୍ତି ସମ୍ମିଳନୀ

unnamed (1)ସ୍ଵାମୀ ବିବେକାନନ୍ଦ ସାର୍ଦ୍ଧଶତୀ ସମାରୋହ ଓଡିଶା ଶାଖା ତରଫରୁ ସମ୍ବର୍ଦ୍ଧନୀ ଆୟାମର ଶକ୍ତି ସମ୍ମିଳନୀ ଭୁବନେଶ୍ଵରର ଅନ୍ଧ ମୁକ ବଧିର ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନୀ ଆୟାମର ପ୍ରାନ୍ତ ପ୍ରମୁଖ ସୁଚିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସମାରୋହ ସମିତିର ରାଷ୍ଟ୍ରୀୟ ସହ ସମ୍ବର୍ଦ୍ଧନୀ ପ୍ରମୁଖ ସୁନିତା ହଳଦେକର କହିଲେ ସ୍ନେହା,ପ୍ରେମ,ପବିତ୍ରତା, ସେବା, ତ୍ୟାଗ ଓ ସହନଶୀଳତା ର ଭାବନା ପ୍ରତ୍ୟେକ ଭାରତୀୟ ନାରୀର ବ୍ରତ ହେବା ଦରକାର । ସକଳ ଶକ୍ତିର ଆଧାର ଭାରତୀୟ ନାରୀଶକ୍ତି ସେହି ପ୍ରେମ,ସ୍ନେହା ,ଶ୍ରଦ୍ଧା,ଦୟା , କ୍ଷମା ରୂପରେ ଚିର ବନ୍ଦନୀୟା । ମୁଖ୍ୟ ଅତିଥି ଭାବରେ ରମାଦେବୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ସଙ୍ଘମିତ୍ରା ମିଶ୍ର ଯୋଗ ଦେଇ କହିଥିଲେ ଭାରତୀୟ ନାରୀ ମାନଙ୍କୁ ଆଧୁନିକ କରିବା ଉଦ୍ଦେଶ୍ୟରେ ଆମେ ଯଦି ସେମାନଙ୍କୁ ସିତାଙ୍କ ଆଦର୍ଶକୁ ବିଚ୍ୟୁତ କରିବାକୁ ଚେଷ୍ଟା କର,ତେବେ ଆମର ସକଳ ଉଦ୍ଦେଶ୍ୟ ବିଫଳ ହେବ ବୋଲି ସ୍ଵାମିଜୀ ତାଙ୍କ ବାଣୀ ମାଧ୍ୟମରେ ସତର୍କ କରିଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସେବିକା ସମିତିର ନଗର କାର୍ଯ୍ୟ ବାହିକା ମନୀଷା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଵାମୀ ବିବେକାନନ୍ଦ ସାର୍ଦ୍ଧସତୀ ସମାରୋହ ଓଡିଶା ଶାଖାର ମିଡିଆ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ଓ ସେବିକା ସମିତିର ରାଜ୍ୟ ସଂଗଠନ ସମ୍ପାଦିକା ଲତିକା ପାଢି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଏହି ଶକ୍ତି ସମ୍ମିଳନୀ ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ସହର ତଥା ବ୍ରହ୍ମପୁର,ସମ୍ବଲପୁର,ସୁନ୍ଦରଗଡ,ରାଉରକେଲା, କଟକ,ପୁରୀ,ବାଲେଶ୍ଵର ଏବଂ ପାରଳାଖେମୁଣ୍ଡିରେ କରାଯିବ ଯେଉଁଥିରେ କି ସୁଶ୍ରୀ ହଳଦେକର ଉପସ୍ଥିତ ରହିବେ । ପରେ ଅନ୍ୟାନ୍ୟ ନଗର,ଖଣ୍ଡ ତଥା ଜିଲ୍ଲା କେନ୍ଦ୍ରରେ ଆୟୋଜନ କରାଯାଇ ଡିସେମ୍ବର ୧୫ ତାରିଖରେ ଶେଷ ହେବ ।

Share in top social networks!