ସ୍ଵତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଆନ୍ଧ୍ର ପ୍ରତିନିଧିଦଳ

45964ଆଜି ବିଧାନ ସଭା ସ୍ଥିତ ୫୪ ନମ୍ବର କକ୍ଷରେ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସାଂସଦ ଶ୍ରୀ ଭି.ହନୁମନ୍ତ ରାଓଙ୍କ ନେତୃତ୍ଵରେ ଆସିଥିବା ପାଞ୍ଚଜଣିଆ ପ୍ରତିନିଧିଦଳ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କଳ୍ପତରୁ ଦାସଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ତେଲେଙ୍ଗାନା ପ୍ରସଙ୍ଗରେ ସେମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀ ନିର୍ବାଚନ ଗ୍ରସ୍ତରେ ଫୁଲବାଣୀ ଯାଇଥିବା ହେତୁ ଏହି ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଭେଟିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହି ପ୍ରତିନିଧିଙ୍କ ଠାରୁ ମନ୍ତ୍ରୀ ଶ୍ରୀ ଦାସ ଏକ ସ୍ମାରକ ପତ୍ର ଗ୍ରହଣ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟଯେ,ଗତ ୨୪ ତାରିଖରେ ୱାଇ.ଏସ୍.ଆର କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଜଗଣା ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ବିଭାଜନ ଉପରେ ସାକ୍ଷାତ କରିଥିଲେ । ସେତେବେଳେ ନୂଆ ରାଜ୍ୟ ଗଠନ ଏକ ରାଜନୈତିକ,ଅର୍ଥନୈତିକ ଓ ସାମାଜିକ ତଥା ଏକ ସ୍ପର୍ଶକାତର ପ୍ରସଙ୍ଗ ବୋଲି କହିବା ସହ ଏ ସଙ୍କ୍ରାନ୍ତରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆନ୍ଧ୍ରବାସୀ ଙ୍କ ମତାମତ ଲୋଡାଯିବାର ଆବଶ୍ୟକତା ଥିଲା ଏବଂ ଏହା କୌଣସି ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ସାଧନ ନିମନ୍ତେ ରାଜ୍ୟ କୁ ବିଭାଜନ କରାଯିବା ଅନୁଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପ୍ରକ୍ରିୟା ସମବେଦନାଶୀଳ ରାଜନୈତିକ ବିଚାରମର୍ଶ ର ଅଭାବ ପରିଲକ୍ଷିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଶ୍ରୀ ଜଗଣା ମୋହନ ରେଡ୍ଡୀଙ୍କୁ ଭେଟିବାପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ଉପରୋକ୍ତ ବିବୃତି ମନ୍ତ୍ରୀ ଶ୍ରୀ ଦାସ ପ୍ରତିନିଧୀଙ୍କୁ ଜଣାଇଥିଲେ । ପ୍ରତିନିଧିଦଳକୁ ମନ୍ତ୍ରୀ ଶ୍ରୀ ଦାସ ଏ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜେ. ଜଗତେଶ୍ଵର ,ଶ୍ରୀ ସନ୍ତୋଷ କୁମାର,ଡଃ ମାଲୁ ରବି,ଶ୍ରୀ କୋଦଣ୍ଡ ରେଡ୍ଡୀ ଉପସ୍ଥିତ ଥିଲେ ।

Share in top social networks!