ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକମାନଙ୍କର ଦରମା ଯଥାକ୍ରମେ ଟ.୫୨୦୦/- ଓ ଟ.୭୦୦୦କୁ ବୃଦ୍ଧି : ଗଣଶିକ୍ଷାମନ୍ତ୍ରୀ

45958ଶିକ୍ଷକମାନଙ୍କର ସର୍ବବିଧ ଉନ୍ନତି ପାଇଁ ରାଜ୍ୟ ସରକାର ଅଙ୍ଗୀକାର ବଦ୍ଧ । ଏହି ଆଭିମୁଖ୍ୟ କୁ ଦୃଷ୍ଟିରେ ରଖି ଆଜି ବିଧାନସଭା କକ୍ଷରେ ଗଣଶିକ୍ଷାମନ୍ତ୍ରୀ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକମାନଙ୍କ ସମସ୍ୟା କୁ ସହୃଦୟତା ସହିତ ବିଚାର କରି ଶିକ୍ଷା ସହାୟକମାନଙ୍କର ମାସିକ ପାରିଶ୍ରମିକ ଟ.୪୦୦୦/- ରୁ ଟ.୫୨୦୦ କୁ ଏବଂ କନିଷ୍ଠ ଶିକ୍ଷକମାନଙ୍କର ମାସିକ ପାରିଶ୍ରମିକ ଟ.୪୫୦୦/- ରୁ ଟ.୭୦୦୦/- କୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟଯେ,ଯେଉଁ ଶିକ୍ଷା ସହାୟକମାନେ ନିରବଚ୍ଛିନ୍ନ ଓ ସନ୍ତୋଷ ଜନକ ଭାବେ ୩ ବର୍ଷ ଧରି କାର୍ଯ୍ୟ କରି କନିଷ୍ଠ ଶିକ୍ଷକ ହୋଇଥିବେ ସେମାନଙ୍କ ମାସିକ ପାରିଶ୍ରମିକ ଟ.୪୫୦୦/- ଓ ଟ.୭୦୦୦/- କୁ ବୃଦ୍ଧି କରାଯାଇଛି । ଏହି ପାରିଶ୍ରମିକ ବୃଦ୍ଧି ଦ୍ଵାରା ୩୩,୦୪୪ ଶିକ୍ଷା ସହାୟକ ଓ ୩୬,୦୦୦ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପାରିଶ୍ରମିକ ତା.୦୧/୧୧/୨୦୧୩ ଠାରୁ ଲାଗୁ ହେବ । ଏଥିପାଇଁ ବାର୍ଷିକ ୧୭୬.୭୬ କୋଟି ଅଧିକ ଟଙ୍କା ବ୍ୟୟ ହେବ ବୋଲି ମନ୍ତ୍ରୀଙ୍କ ସୂତ୍ରରୁ ପ୍ରକାଶ ।

Share in top social networks!