ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କର୍ମଚାରୀମାନଙ୍କ ପକ୍ଷରୁ ବାତ୍ୟା ଦୁର୍ଗତଙ୍କ ସହାୟତା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧୧ ଲକ୍ଷ ୮୪ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଖୋର୍ଦ୍ଧାଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁ ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କର୍ମଚାରୀମାନଙ୍କ ପକ୍ଷରୁ ଏହି ଚେକ୍ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସିନେ ଚାମ୍ବର ଅଫ କମର୍ସ ପକ୍ଷରୁ ୩ ଲକ୍ଷ ଟଙ୍କା ଏବଂ Help Odisha Trust ପକ୍ଷରୁ ୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କର୍ମଚାରୀ ମାନଙ୍କୁ ଏବଂ ଅନ୍ୟ ଅନୁଷ୍ଠାନ ମାନଙ୍କୁ ସେମାନଙ୍କ ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।

Share in top social networks!