ଜାତୀୟ ଓପନ ଆଥଲେଟିକ୍ସ ୭ ରୁ ଭାଗ ନେବେ ୭ ଓଡିଆ

ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୧୩ ଅନୁଷ୍ଠିତ ହେବ । ଏଥିରେ ୪ ଜଣ ଆଥଲେଟ ଓଡିଶାର ପ୍ରତିନିଧିତ୍ଵ କରିବେ । ସେମାନେ ହେଲେ ଶ୍ରାବଣୀ ନନ୍ଦ(୧୦୦ ଓ ୨୦୦ ମିଟର),ଅମିୟ ମଲ୍ଲିକ (୧୦୦ ଓ ୨୦୦ ମିଟର)ପାର୍ବତୀ ସେଠୀ (ଡିସକସ୍ ଥ୍ରୋ’)ଏବଂ ରବିଦାସ (ଲଂଗ୍ ଜମ୍ପ୍) । ସାଇ,କଟକର ସୁଶାନ୍ତ ରାୟ ଦଳର ମ୍ୟାନେଜର ଓ କୋଚଭାବେ ଯାତ୍ରା କରିବେ । ମିଟ୍ ରେ ଆଉ ୩ ଜଣ ଓଡିଆ ଆଥଲେଟ ଓଏନଜିସିର ପ୍ରତିନିଧିତ୍ଵ କରିବେ । ସେମାନେ ହେଲେ ପୂର୍ଣ୍ଣିମା ହେମ୍ବ୍ରମ୍,ଜଉନା ମୁର୍ମୁ ଏବଂ ଦୁତି ଚାନ୍ଦ ।

Share in top social networks!
Powered By Indic IME